ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆସିଲା ପାଣିପାଗକୁ ନେଇ ବର୍ତ୍ତମାନର ଏକ ବଡ଼ ଖବର ପ୍ରବଳ ବର୍ଷାର ସମ୍ଭାବନା ଓଡ଼ିଶାର ଏହି ସବୁ ଜିଲ୍ଲା କୁ ରହିଲା ରେଡ ୱାର୍ଣ୍ଣିଂ । ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର ବିଷୟରେ । ତେବେ ଲଘୁଚାପ ପ୍ରଭାବରେ ରାଜ୍ୟରେ 4ଟି ଜିଲ୍ଲା କୁ ରହିଛି ରେଡ୍ ୱାର୍ଣ୍ଣିଂ ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏଥିଲାଗି ସ୍ୱତନ୍ତ୍ର ରିଲିପ୍ କିମିସନର ଙ୍କ ପକ୍ଷରୁ ସମସ୍ତ ଜିଲ୍ଲା ପାଳକୁ ସତର୍କ ରହିବା ସହ ଆବଶ୍ୟକ ପଦକ୍ଷପ ନେବାକୁ କୁହାଯାଇଛି । ଏଣେ ମତ୍ସ୍ୟଜିବି ଙ୍କୁ ସମୁଦ୍ର ଭିତରକୁ ଯିବା ଲାଗି ବାରଣ କରାଯାଇଛି ।
ତେବେ ବନ୍ଧୁଗଣ ଆସନ୍ତୁ ଜାଣିନେବା ଆଗାମୀ 21 ତାରିଖ ପର୍ଯ୍ୟନ୍ତ କିଭଳ ରହିବ ପାଗ । ତେବେ 2ଦ ତାରିଖ ରେ 4ଟି ଜିଲ୍ଲା କୁ ରେଡ୍ ୱାର୍ଣ୍ଣିଂ ଜାରୀ ହୋଇଛି ଯଥା କେନ୍ଦୁଝର , ଭଦ୍ରକ , ବାଲେଶ୍ୱର , ଏବଂ ମୟୁର ଭଞ୍ଜ ଏହି ସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି । ସେହିଭଳି ଏହି ଦିନରେ 12ଟି ଜିଲ୍ଲାକୁ ଅରେଞ୍ଚ୍ ୱାର୍ଣ୍ଣିଂ ଜାରୀ କରାଯାଇଛି ସେଗୁଡିକ ହେଲା କେନ୍ଦ୍ରାପଡା , ଜଗତସିହଂ ପୁର , କଟକ , ଢେଙ୍କାନାଳ , ଅନୁଗୁଳ , ଦେବଗଡ , ସନ୍ଦରଗଡ , ସମ୍ବଲପୁର , ସନୋପୁର ,ବୈଦ୍ଧ , ବଲାଙ୍ଗିର , ଯାଜପୁର ଜିଲ୍ଲାରେ କିଛି ସ୍ଥାନରେ ଏହି ଦିନରେ ପ୍ରବଳ ରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି ।
ବଂ 20 ତାରିଖରେ 8ଟି ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରୀ କରାଯାଇଛି ଯଥା ଝାଡୁସୁଗୁଡା , ବରଗଡ , କଳାହାଣ୍ଡି , କନ୍ଧମାଳ , ଗଞ୍ଜାମ , ନୟାଗଡ . ଖର୍ଦ୍ଧା ଓ ପୁରୀର ବିଭିନ୍ୟ ସ୍ଥାନରେ ଏହି ଦିନରେ ପ୍ରବଳ ବର୍ଷା ହୋଇପାରେ । ସେହିପରି ଗଭର ଅବପାତ ପାଲଟିବାକୁ ଯାଉଥିବା ଲୁଘୁଚାପ କ୍ଷତ୍ର ଆଜି ସନ୍ଧ୍ୟା ସୁଧା ବାଲେଶ୍ୱର ଓ ସାଗର ଦୀପ ଦେଇ ପଶ୍ଚିମବଙ୍ଗ ଏବଂ ଓଡ଼ିଶା ଉପକୂଳ ଅତିକର୍ମ କରିବାର ସମ୍ଭାବନା ଥିବା କଥା ଭାରତିୟ ପାଣିପାଗ ସୂଚନା ଦେଇଛି ।
ତେବେ ଭାରତିୟ ପାଣିପାଗ ବିଭାଗର ଜାରୀ କରିଥିବା ସୂଚନ ଅନୁସାରେ ବଙ୍ଗପସାଗର ର ଉତ୍ତର ପୂର୍ବ ଏବଂ ପୂର୍ବ କେନ୍ଦ୍ରିୟ ସଲଗ୍ନ ଅଞ୍ଚଳ ବାଙ୍ଗଲାଦେଶ ଓ ମିଇଁମାର ଉପକୂଳରେ ସଙ୍ଗଠିତ ମୌସୁମୀ ଲଘୁଚାପ କ୍ଷେତ୍ର ଉତ୍ତର ପଶ୍ଚିମ ଦିଗ କୁ ଗତି କରିବା ପରେ ଲଘୁଚାପ ଘନିଭୂତ ହୋଇ ଭୋର 5ଟା 30 ବେଳକୁ ଅତ୍ତର ପଶ୍ଚିମ ଏବଂ ସଲଗ୍ନ ଉତ୍ତର ପୂର୍ବ ବଙ୍ଗପ ସାଗର ଉପରେ କେନ୍ଦ୍ରିଭୂତ ହୋଇ ରହିିଛି ।