ବାପ ରେ ଏତେ ଶସ୍ତା ହୋଇଗଲା ସୁନା,ଆଜିର ଦର ଜାଣିଲେ ଖୁସିରେ ନାଚିବେ ଆପଣ

gold

ଭାରତୀୟ ବଜାରରେ ସୋମବାର ସୁନା ଦର ହ୍ରାସ ପାଇଥିବା ଦେଖିବାକୁ ମିଳିଛି । ଦିଲ୍ଲୀରେ ୨୫ ତାରିଖ ସୋମବାର ସୁନା ଦର ପ୍ରତି ୧୦ ଗ୍ରାମ ପିଛା ୧୪୧ ଟଙ୍କା ହ୍ରାସ ପାଇଥିବା ସୂଚନା ମିଳିଛି । କିନ୍ତୁ ରୂପା ଦାମରେ ସାମାନ୍ୟ ବୃଦ୍ଧି ଘଟିଛି । ସୋମବାର ରୂପାର ଦାମ କିଲୋ ପିଛା ୪୩ ଟଙ୍କା ବୃଦ୍ଧି ପାଇଛି ।ପୂର୍ବ କାରବାର ଦିନରେ ଦିଲ୍ଲୀରେ ସୁନାର ଦାମ ୧୦ ଗ୍ରାମ୍‌ ପିଛା ୪୮,୬୫୦ ଟଙ୍କା ଥିଲା । ସେହିଭଳି ରୂପାର ଦାମ କିଲୋ ପ୍ରତି ୫୬,୯୭୬ ଟଙ୍କା ଥିଲା । ୯୯.୯ କ୍ୟାରେଟ୍‌ ଶୁଦ୍ଧତା ଥିବା ସୁନାର ନୂଆ ଦାମ ୧୦ ଗ୍ରାମ ପ୍ରତି ୪୮,୫୦୯ ଟଙ୍କା ହୋଇଯାଇଛି । ଏହା ପୂର୍ବରୁ ସୁନାର ଦାମ ୧୦ ଗ୍ରାମ୍‌ ଥିଲା ୪୮,୬୫୦ ଟଙ୍କା । ସୋମବାର ଅନ୍ତରାଷ୍ଟ୍ରୀୟ ବଜାରରେ ସୁନାର ଦାମ ହ୍ରାସ ପାଇ ୧୮୫୩.୨୬ ଡଲାର ପ୍ରତି ଅଂଶ ରହିଛି ।gold

ଭୁବନେଶ୍ବରରେ ସୋମବାର ୨୨ କ୍ୟାରେଟ୍‌ ସୁନାର ଦାମ ୧୦ ଗ୍ରାମ୍‌ ପ୍ରତି ୪୫,୯୪୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍‌ ସୁନାର ଦାମ ରହିଛି ୫୦,୧୨୦ ଟଙ୍କା । ସେହିଭଳି ରାଜଧାନୀ ଭୁବନେଶ୍ବରରେ ସୋମବାର ରୂପାର ଦାମ କିଲୋ ପିଛା ୭୧,୩୦୦ ଟଙ୍କା ରହିଛି ।golds

HDFC ସିକ୍ୟୁରିଟିଜ୍ର ସିନିଅର୍‌ ଆନାଲିଷ୍ଟ୍‌ ତପନ ପଟେଲ କହିଛନ୍ତି, ଅନ୍ତରାଷ୍ଟ୍ରୀୟ ବଜାରରେ ସୁନାର ଦାମ ହ୍ରାସ ଫଳରେ ଭାରତୀୟ ବଜାରରେ ମଧ୍ୟ ଏହାର ପ୍ରଭାବ ପଡିଛି । ବର୍ତ୍ତମାନ ଉଭୟ ସୁନା ଏବଂ ରୂପାର ଦାମ ସ୍ଥିର ରହିଛି । କରୋନା ମହାମାରୀ ପାଇଁ ଜାରି ରହିଥିବା ଟିକାକରଣ ଅଭିଯାନ ଯୋଗୁଁ ଏହାର ପ୍ରଭାବ ମୂଲ୍ୟବାନ୍‌ ଧାତୁ ଉପରେ ମଧ୍ୟ ପଡିଛି ।

ଆମେ ଆପଣଙ୍କ ପାଇଁ ଏଭଳି ସମ୍ବନ୍ଧୀୟ ଖବର ସବୁବେଳେ ଆଣିଦେଉ । ଏହାକୁ ନିଜ ପରିବାର ଏବଂ ବନ୍ଧୁଙ୍କ ସହ ସେୟାର୍ ନିଶ୍ଚିତ କରନ୍ତୁ । ଏଭଳି ତଥ୍ୟ ପାଇଁ ଆମକୁ ଲାଇକ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *