ପୁଣି ସୀମାରେ ଭାରତ ଚୀନ ମୁହାଁମୁହିଁ , ସୃଷ୍ଟି ହେଲା ଯୁଦ୍ଧ ପରିସ୍ଥିତି

ଭାରତ ସଂଲଗ୍ନ ବାସ୍ତବ ନିୟନ୍ତ୍ରଣ ରେଖା (ଏଲଓସି)ରେ ଚୀନ ସୈନ୍ୟଙ୍କ ଦାଦାଗିରି ପୁଣି ଥରେ ଦେଖିବାକୁ ମିଳିଛି । ଭାରତର ପଶ୍ଚିମାଞ୍ଚଳ ଲଦାଖରେ ଚୀନ୍ ଏବେମଧ୍ୟ ଉତ୍ତେଜନା ଜାରି ରଖିଥିବାବେଳେ ଗତ ସପ୍ତାହରେ ପୂର୍ବ ସୀମାରେ ଅର୍ଥାତ ସିକିମସ୍ଥିତ ନାକୁ ଲା’ ପାସ୍ ନିକଟରେ ଚୀନ୍ ଓ ଭାରତୀୟ ସୈନ୍ୟଙ୍କ ମଧ୍ୟରେ ମାରପିଟ୍ ଘଟଣା ଘଟିଛି । ଏଥିରେ ଉଭୟପକ୍ଷର କେତେକ ଯବାନ ଆହତ ହୋଇଥିବା ଜଣାପଡିଛି । ଏଠାରେ କେତେକ ଚୀନ୍ ସୈନ୍ୟ ଏଲଏସି ଅତିକ୍ରମ କରି ଭାରତୀୟ ଅଞ୍ଚଳକୁ ଅନୁପ୍ରବେଶ ଉଦ୍ୟମ କରିଥିବାବେଳେ ଭାରତୀୟ ଯବାନ ସେମାନଙ୍କୁ ବାଧା ଦେଇଥିଲେ ।ar

ଫଳରେ ଉଭୟପକ୍ଷ ମଧ୍ୟରେ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା । ବିଗତ ଏକ ବର୍ଷ ମଧ୍ୟରେ ସିକିମ ସୀମାରେ ଚୀନ ସୈନ୍ୟ ଦ୍ୱିତୀୟ ଥର ପାଇଁ ଏଭଳି ଦୁଃସାହସ କରିଛନ୍ତି । ୨୦୨୦ ମେ’ରେ ନାକୁ ଲା’ ପାସରେ ଚୀନ୍ ସୈନ୍ୟଙ୍କ ଅନୁପ୍ରବେଶ ରୋକିବାକୁ ଯାଇ ଭାରତୀୟ ଯବାନଙ୍କ ସହ ସେମାନଙ୍କର ମାରପିଟ୍ ହୋଇଥିଲା । ଏଥିରେ ଭାରତର ୪ ଓ ଚୀନର ୭ ଜଣ ସୈନ୍ୟ ଆହତ ହୋଇଥିଲେ ।a

ଏହି ଘଟଣାରେ ଉଭୟପକ୍ଷର ପ୍ରାୟ ୧୫୦ ସୈନ୍ୟ ସଂପୃକ୍ତ ଥିଲେ ବୋଲି ସ୍ଥଳସେନା ପକ୍ଷରୁ ସେତେବେଳେ ଜାରି କରାଯାଇଥିବା ବିବୃତିରେ କୁହାଯାଇଥିଲା । ସାଧାରଣତଃ ନାକୁ ଲା’ ସୀମାରେ ଭାରତ-ଚୀନ ସୈନ୍ୟଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିନଥାଏ । ତେବେ ଲଦାଖ୍ ସ୍ଥିତି ଉପୁଜିବା ପରଠାରୁ ଚୀନ୍ ପୂର୍ବ ସୀମାରେ ମଧ୍ୟ ଭାରତୀୟ ସେନାର ଶକ୍ତିକୁ ପରୀକ୍ଷା କରିବା ଆରମ୍ଭ କରିଛି । ସମୁଦ୍ର ପତନଠାରୁ ୫୦୦୦ ମିଟର ଉଚ୍ଚରେ ଅବସ୍ଥିତ ନାକୁ ଲା’ରେ ବିଗତ ଏକବର୍ଷ ମଧ୍ୟରେ ଚାରିଥର ଏଭଳି ମୁହାଁମୁହିଁ ଅବସ୍ଥା ଦେଖିବାକୁ ମିଳିଛି ।

ବନ୍ଧୁଗଣ ଆଶା କରୁଛୁ ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ ,ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ନିଶ୍ଚୟ ସେୟାର୍ କରନ୍ତୁ । ଆମ ପେଜ୍ କୁ ଅଧିକ ଖବର ପାଇଁ ଫଲୋ କରନ୍ତୁ ।

Leave a Reply

Your email address will not be published. Required fields are marked *