ଆଜ୍ଞା ଆପଣମାନେ ନିଶ୍ଚୟ ଜୀବନରେ କେବେ ନା କେବେ ରାସ୍ତାରୁ ପଇସା ପାଇଥିବେ। ଯଦି ଆପଣ କେବେ ରାସ୍ତାରୁ ପାଇଥାନ୍ତି ତେବେ ଜାଣିନିଅନ୍ତୁ ତାର ଅର୍ଥ କଣ ହୋଇପାରେ। ବାଟରେ ଚାଲୁଥିବା ବେଳେ ଭିଡ଼ ମଧ୍ୟରେ ଟଙ୍କା ପଡ଼ିଥିବାର କେବଳ ଆପଣଙ୍କୁ ହିଁ କାହିଁକି ଦେଖାଯାଏ ଏବଂ ଏହାର ଅର୍ଥ କଣ ହୋଇପାରେ। ଏପରି ଘଟଣା ଘଟିବା ଆପଣ ମାନଙ୍କ ପାଇଁ ଶୁଭ ନା ଅଶୁଭର ସଙ୍କେତ ଦିଏ ଆସନ୍ତୁ ଆଜି ଏହି ବିଷୟରେ ଜାଣିବା।
ବେଳେ ବେଳେ ଚାଲି ଗଲାବେଳେ ବାଟରେ ପାଉଥିବା ଟଙ୍କାର ଖୁସି କେହି ବି ବର୍ଣ୍ଣନା କରିପାରନ୍ତି ନାହିଁ କାରଣ ଏହାର ଖୁସି ଅବର୍ଣ୍ଣିୟ ହୋଇଥାଏ।ବର୍ତ୍ତମାନ ସମୟରେ ସାଧାରଣ ଲୋକଙ୍କର ଦୁର୍ବଳତା ଅନେକ କିଛି ଅଛି ସେଥିମଧ୍ୟରୁ ଟଙ୍କା ବି ମଧ୍ୟ ଏକ ଦୁର୍ବଳତା ଅଟେ, ଯାହାକି ଲୋକମାନଙ୍କର ଆଶା, ଇଚ୍ଛା ଏବଂ ଆବଶ୍ୟକତା କୁ ପୂରଣ କରିଥାଏ।ଆଉ ଏହି କାଳିଯୁଗରେ ଟଙ୍କା ଠାରୁ ବଳବାନ ଆଉ କିଛି ନାହିଁ,ଲୋକ ଟଙ୍କା ପାଇଁ ଭାଇ ଭାଇକୁ ଭୁଲି ଯାଉଛି,ସ୍ୱାମୀ ସ୍ତ୍ରୀ କୁ ଭୁଲି ଯାଉଛି,ବାପା ପୁଅକୁ ଭୁଲି ଯାଇଛି।ଏହି ଟଙ୍କା ଆଗରେ ସମ୍ପର୍କ ର ମୁଲ୍ୟ କିଛି ନାହିଁ।
ତେବେ ସେହି ଟଙ୍କା ବାଟରୁ ପାଇବା ଆପଣଙ୍କ ପାଇଁ ଶୁଭ ନା ଅଶୁଭ ଅଟେ। କେତେକ ଲୋକମାନେ ବାଟରୁ ପାଉଥିବା ଟଙ୍କାକୁ ନିଜର ବ୍ୟବହାର ରେ ଖର୍ଚ୍ଚ କରୁଥିବା ବେଳେ ଆଉ କେତେକ ଲୋକ ଗରିବ ଲୋକଙ୍କୁ ଦାନ କିମ୍ଵା ଧାର୍ମିକ କାର୍ଯ୍ୟରେ ଲଗାଇ ଦେଇଥାନ୍ତି କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆପଣ ବାଟରେ ପାଉଥିବା ଟଙ୍କା ଆପଣଙ୍କୁ ବହୁତ କିଛି କହିଥାଏ। ଶକ୍ତି, ସତ୍ତା ଓ ଆଧ୍ୟାତ୍ମିକ ତାର ପ୍ରତୀକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବାଟରୁ ପାଇଥିବା ଟଙ୍କା ଶୁଭ ହୋଇଥାଏ।
କାରଣ ପାଇଥିବା ଟଙ୍କାରେ ହଜାଇ ଦେଇଥିବା ବ୍ୟକ୍ତିଙ୍କର ଉର୍ଜା ଆପଣ ପାଇବା ଦ୍ଵାରା ଆପଣଙ୍କ ପାଖକୁ ଆସିଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଟଙ୍କା ହାତରୁ ହାତ ପୂର୍ବ ପୁରୁଷ ମାନଙ୍କର ସକରାତ୍ମକ ଉର୍ଜା ବା ଶୁଭ ପ୍ରଭାବ ଭାବେ ସଂଗୃହିତ ହୋଇ ରହିଥାଏ। ସେହି ଟଙ୍କା ଆପଣ ବାଟରୁ ପାଇବା ଦ୍ୱାରା ଆପଣଙ୍କ ପାଖକୁ ପ୍ରତ୍ୟେକ ଭାବରେ ସେହି ଶୁଭ ପ୍ରଭାବ ଏବଂ ସେହି ସକରାତ୍ମକ ଉର୍ଜା ଆପଣଙ୍କ ନିକଟକୁ ଆସିଯାଏ।
ମାନ୍ୟତା ଅନୁସାରେ ଟଙ୍କାର ସମ୍ବନ୍ଧ ପର ଲୋକଙ୍କ ସହିତ ଜୋଡି ହୋଇ ରହିଅଛି ମାନେ ଆମ ପୂର୍ବ ପୁରୁଷ ମାନଙ୍କର ସକାରାତ୍ମକ ପ୍ରଭାବ ଭାବେ ଯୋଡି ହୋଇଥାଏ।କୁହାଯାଏ ପରଲୋକଙ୍କର ଶକ୍ତି ପଡ଼ିଥିବା ଟଙ୍କା ମଧ୍ୟରେ ରହିଥାଏ। ଏହା ଆପଣଙ୍କର ଆତ୍ମବିଶ୍ୱାସକୁ ବଢାଇ ଥାଏ ଏବଂ କରୁଥିବା କାର୍ଯ୍ୟର ଶୁଭ ଫଳରେ ପୂର୍ବ ସୂଚନା ଦେଇଥାଏ।ସେଥିପାଇଁ ଆପଣ ଯଦି କେବେ ବାଟରୁ ଟଙ୍କା ପାଉଛନ୍ତି ତାହେଲେ ଆପଣ କାହାକୁ ଦେବା ଉଚିତ ନୁହେଁ କାରଣ ଏଥିରେ ଆପଣଙ୍କ ପୂର୍ବ ପୁରୁଷଙ୍କର ଉର୍ଯା ଅଛି।ଏହି ସବୁ ଥିଲା ବାଟରେ ପାଉଥିବା ଟଙ୍କାର ସମ୍ବନ୍ଧ ବିଷୟରେ।