ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଭୀଷଣ ଧରଣର ଲଘୁଚାପ।ଯାହାକି ବହୁତ ମାତ୍ରାରେ ଭୟଙ୍କର ହୋଇପାରେ।ଏହି ଲଘୁଚାପ ପାଇଁ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। 9 ତାରିଖରୁ ଓଡ଼ିଶାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।ଏଥିପାଇଁ ଜିଲ୍ଲାପାଳଙ୍କୁ ସୂଚନା ଦେଲେ ଏସଆର ଟିମ। କାରଣ ଏହି ଲଘୁଚାପଟି ଟିକେ ବଡ ଧରଣର ହୋଇପାରେ ବୋଲି ସମ୍ଭାବନା ରହିଛି। ସେଥିପାଇଁ ଜିଲ୍ଲାପାଳ ଯେପରି ଲୋକ ମାନଙ୍କୁ ଆଗରୁ ସଚେତନ କରିପାରିବେ। ଗତ କିଛି ସପ୍ତାହ ପୂର୍ବରୁ ଓଡ଼ିଶାରେ ହେଇଥିବା ଲଘୁଚାପ ଦ୍ୱାରା ବହୁତ ଧନ ଜୀବନ ଅସୁରକ୍ଷିତ ଥିଲା।ଗତ ଲଘୁଚାପ ପୂର୍ବରୁ ମଧ୍ୟ ଦୁଇ ଦୁଇଟି ବାତ୍ୟାର ସମ୍ମୁଖୀନ କରିଛନ୍ତି ଓଡିଶା ବାସୀ। ଗତ ଲଘୁଚାପ ଦ୍ୱାରା ମଧ୍ୟ ଓଡ଼ିଶାର ବିଭିନ୍ନ ସ୍ଥାନରେ ନଦୀ ବଢି ହୋଇ ବନ୍ୟା ହୋଇଛି।
ଏହି ବନ୍ୟା ଯୋଗୁ ମଧ୍ୟ ମଣିଷ ମାନେ ପ୍ରଭାବିତ ହେବା ସହିତ ବହୁତ ମାତ୍ରାରେ ପଶୁ ମାନେ ମଧ୍ୟ ପ୍ରଭାବିତ ହୋଇଥିଲେ। ତେଣୁ ଏସଆର ଟିମଙ୍କର କହିବା କଥା ଏହାଯେ ଯଦି ସେମାନେ ଲଘୁଚାପ ପୂର୍ବରୁ ଆମର ଜିଲ୍ଲାପାଳଙ୍କୁ ଟିକେ ସତର୍କ କରାଇଦେବେ ତାହେଲେ ବହୁତ ମାତ୍ରାରେ ଧନ ଜୀବନ ରକ୍ଷା ପାଇ ପାରିବ। ସେପଟରେ ଲୋକମାନଙ୍କର ବନ୍ୟା ଯୋଗୁ ମଧ୍ୟ ବହୁତ ଧାନ ବିଲ ସହିତ ଅନେକ ମାତ୍ରାରେ ଫସଲ ମଧ୍ୟ ନଷ୍ଟ ହୋଇଛି।ଏବେ ପୁନର୍ବାର ଯଦି ଲଘୁଚାପ ହେବ ତାହେଲେ ଯେଉଁ ଧାନ ଗଛ ଉଠିଛି ତାହା ଆଉ ଥରେ ମଧ୍ୟ ସବୁ ନଷ୍ଟ ହେଇଯିବ।ଯାହା ଏକ ପ୍ରକାରର ଦୁଃଖର କଥା।
ଯଦି କୃଷକ ବର୍ଷ ବର୍ଷ ଧରି ନିଜର ଝାଳ ବୁହାଇ ଧାନ ଅମଳ କରିବାକୁ ଯାଉଥିବା ବେଳେ ସେପଟରେ ଏହି ଲଘୁଚାପ ସବୁ ଉଜାଡ଼ି ଦେଉଛି। ଆଗାମୀ 9 ତାରିଖରେ ଏହି ଲଘୁଚାପ ବଙ୍ଗୋପସାଗରର ପଶ୍ଚିମ ଉପକୂଳ ଅର୍ଥାତ ଆନ୍ଧ୍ରପ୍ରଦେଶ ଠାରେ କୁଳ ଲଙ୍ଘିବ ବୋଲି ସମ୍ଭାବନା ରହିଛି।ଏହି ଲଘୁଚାପ ଆନ୍ଧ୍ରପ୍ରଦେଶ ଉପକୂଳରେ ଘନୀଭୂତ ହେବ।ଏହା ପ୍ରଭାବରେ 10 ତାରିଖ ଠାରୁ ଦକ୍ଷିଣ ଓଡ଼ିଶାରେ ଅନେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ।ଏହି ପରିସ୍ଥିତିକୁ ଆଖି ଆଗରେ ରଖି ପାଣିପାଗ କେନ୍ଦ୍ର ପକ୍ଷରୁ ଜିଲାପାଳ ମାନଙ୍କୁ ଜଣା ଯାଇଛି।ଏଥିପାଇଁ ଅନେକ ଟିମକୁ ମଧ୍ୟ ସହାୟତା ପାଇଁ ଡକା ଯାଇଛି।ପରିସ୍ଥିତିର ସାମ୍ନା କରିବା ପାଇଁ ଜିଲ୍ଲା ପ୍ରଶାସନକୁ ସଚେତନ ରହିବା ପାଇଁ କୁହାଯାଇଛି।ଆସନ୍ତା ପାଞ୍ଚ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି।
ଏହି ଆସନ୍ତା ୧୦ ତାରିଖରେ କେନ୍ଦୁଝର,କେନ୍ଦ୍ରାପଡା,ବାଲେଶ୍ୱର ପରି କେତେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସହିତ ଘଡଘଡିର ସମ୍ଭାବନା ରହିଛି।ଉପକୂଳ ଓଡ଼ିଶା ସହିତ ପଶ୍ଚିମ ଓଡ଼ିଶାରେ ମଧ୍ୟ କେତେକ ସ୍ଥାନରେ ବଜ୍ରପାତ ହେବା ଲାଗି ପୂର୍ବାନୁମାନ ରଖାଯାଇଛି।ଏବଂ ସମୁଦ୍ର ଉପକୂଳରେ ଥିବା ଲୋକଙ୍କୁ ସମୁଦ୍ରକୁ ନଯିବା ପାଇଁ କୁହାଯାଇଛି।ଏହା ଥିଲା ଲଘୁଚାପକୁ ନେଇ ଆଞ୍ଚଳିକ ପାଣିପାଗ ବିଭାଗ ତରଫରୁ କିଛି ସୂଚନା।
ଆମେ ଆପଣଙ୍କ ପାଇଁ ସଦା ସର୍ବଦା ତତ୍ପର ରହୁଛୁ, ସବୁ ଭଲ ଭଲ ତଥ୍ୟ ଆମେ ଆପଣଙ୍କ ପାଖକୁ ନେଇକି ଆସୁଛୁ।ଏଠି ଆପଣ ବିଭିନ୍ନ ପ୍ରକାରର ଜ୍ଞାନ ଆହରଣ କରିପାରିବେ। ଆମେ ଆପଣଙ୍କୁ ଜଣା ଅଜଣା କିଛି ନୂଆ କଥା ବିଷୟରେ ଜଣେଇବୁ। ସେଥିପାଇଁ ଆମ ସହିତ ଯୋଡି ହେଇ ରହିବା ପାଇଁ ଧନ୍ୟବାଦ। ଯଦି କିଛି ଭୁଲ ରହୁଛି ତେବେ ନିଶ୍ଚିତ କହିବେ। ଧନ୍ୟବାଦ।